Skip to main content

ଶିଶୁର ଯତ୍ନ (Child Care) MCQ TEST । Home science

Subject- Home Science Quiz
+2 2nd year Subject- Home Science ଶିଶୁର ଯତ୍ନ (Child Care)

My Awesome Quiz

1. ଶିଶୁ ପାଇଁ ସର୍ବୋତ୍କୃଷ୍ଟ ଖାଦ୍ୟ କେଉଁଟି?

A) ଗାଈ କ୍ଷୀର
B) ମଇଁଷି କ୍ଷୀର
C) ମାତୃ ଦୁଗ୍ଧ
D) କୃତ୍ରିମ କ୍ଷୀର

2. ଶିଶୁ ଜନ୍ମଠାରୁ ଅନ୍ତତଃ କେତେ ମାସ ପର୍ଯ୍ୟନ୍ତ କେବଳ ମାତୃଦୁଗ୍ଧ ଅତ୍ୟାବଶ୍ୟକ?

A) ଚାରି ମାସ
B) ଛଅ ମାସ
C) ଆଠ ମାସ
D) ଦଶ ମାସ

3. ଶିଶୁ ଜନ୍ମ ହେବା ପରେ ମାଆ ସ୍ତନରୁ ନିର୍ଗତ ପ୍ରଥମ କ୍ଷୀରକୁ କ’ଣ କୁହାଯାଏ?

A) ପ୍ରୋଟିନ୍ କ୍ଷୀର
B) କୋଲେଷ୍ଟ୍ରମ୍ ବା କଷ କ୍ଷୀର
C) ପରିବର୍ଦ୍ଧିତ କ୍ଷୀର
D) କୌଣସିଟି ନୁହେଁ

4. 'କଷ କ୍ଷୀର' ବା କୋଲେଷ୍ଟ୍ରମ୍ର ରଙ୍ଗ କିପରି?

A) ଧଳା
B) ଈଷତ୍ ହଳଦିଆ
C) ଗୋଲାପୀ
D) ନୀଳ

5. କୋଲେଷ୍ଟ୍ରମ୍‌ରେ କେଉଁ ଶକ୍ତି ଥାଏ ଯାହା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ?

A) ହଜମ ଶକ୍ତି
B) ରୋଗ ନିବାରକ ଶକ୍ତି (Antibody) ପ୍ରତିପିଣ୍ଡ
C) ପୁଷ୍ଟିସାର
D) ଶ୍ଵେତସାର

6. ମାତୃଦୁଗ୍ଧରେ ଶିଶୁର ଶରୀର ପାଇଁ ଆବଶ୍ୟକୀୟ ପୋଷକ ଉପାଦାନ କିପରି ଥାଏ?

A) କେବଳ ପୁଷ୍ଟିସାର ଥାଏ
B) କେବଳ ସ୍ନେହସାର ଥାଏ
C) ଉପଯୁକ୍ତ ପରିମାଣ ଓ ଅନୁପାତରେ ଥାଏ
D) ଜଳ ଅଂଶ ଅଧିକ ଥାଏ

7. ମାତୃ ଦୁଗ୍ଧରେ ପ୍ରାୟ କେତେ ପ୍ରତିଶତ ଜଳ ରହିଥାଏ, ଯେଉଁଥିପାଇଁ ୬ ମାସ ପର୍ଯ୍ୟନ୍ତ ଶିଶୁକୁ ଫୁଟା ପାଣି ଦେବା ଉଚିତ୍ ନୁହେଁ?

A) ୫୦%
B) ୬୫%
C) ୮୭%
D) ୯୫%

8. ସ୍ତନ୍ୟପାନ ଦ୍ୱାରା ଶିଶୁ ଓ ମାତା ମଧ୍ୟରେ କେଉଁ ଭାବ ସୃଷ୍ଟି ହୁଏ?

A) ଭୟ
B) ଉତ୍ତେଜନା
C) ସଂଯୋଗ ଓ ନିରାପତ୍ତା ଭାବ
D) କ୍ରୋଧ

9. ସ୍ତନ୍ୟପାନ ଦ୍ୱାରା ମାତାର କେଉଁ ଦୁଇଟି କର୍କଟ ରୋଗର ଆଶଙ୍କା କମ୍ ଥାଏ?

A) ଫୁସଫୁସ୍ ଓ ଜିଭ କର୍କଟ
B) ଡିମ୍ବାଶୟ ଓ ସ୍ତନ କର୍କଟ
C) ପେଟ ଓ ଯକୃତ କର୍କଟ
D) କୌଣସିଟି ନୁହେଁ

10. ଶିଶୁକୁ କ୍ଷୀର ଖୁଆଇବା ପରେ ପେଟରୁ ବାୟୁ ବାହାର କରିବା ପାଇଁ କ'ଣ କରିବା ଉଚିତ?

A) ଶିଶୁକୁ ଶୀଘ୍ର ଶୁଆଇ ଦେବା
B) କାନ୍ଧରେ ପକାଇ ତା' ପିଠିକୁ ଆଉଁସିବା
C) ବେକ ପାଖରେ ଚାପି ଧରିବା
D) ଗରମ ପାଣି ପିଆଇବା

11. ସ୍ତନ୍ୟପାନ ପୂର୍ବରୁ ମାତା ନିଜର କେଉଁ ଅଙ୍ଗକୁ ଭଲ ଭାବରେ ଧୋଇବା ଉଚିତ?

A) ପାଦ
B) ମୁହଁ
C) ହାତ
D) କେଶ

12. ଶିଶୁ ଭୋକ ଲାଗିଲେ କାନ୍ଦି ଉଠିଲେ ତାକୁ ଖୁଆଇବା ପଦ୍ଧତିକୁ କ’ଣ କୁହାଯାଏ?

A) ଟାଇମ୍-ଟେବୁଲ୍ ସିଡ୍ୟୁଲ୍
B) ସେଲ୍ଫ-ଡିମାଣ୍ଡ ସିଡ୍ୟୁଲ୍ (Self-demand schedule)
C) ଆର୍ଟିଫିସିଆଲ୍ ସିଡ୍ୟୁଲ୍
D) କୌଣସିଟି ନୁହେଁ

13. ଶିଶୁର କ୍ଷୀର ଖାଦ୍ୟ ଯଥେଷ୍ଟ ହେଉଛି ବୋଲି କେଉଁ ଲକ୍ଷଣରୁ ଜଣାପଡ଼େ?

A) ସେ ଦୁଧ ପିଇବା ପରେ ପରବର୍ତ୍ତୀ ଖାଇବା ସମୟ ପର୍ଯ୍ୟନ୍ତ ଶୋଇ ରହେ
B) ନିୟମିତ ଭାବରେ ଶିଶୁର ଓଜନ ବୃଦ୍ଧି ହେଉଥାଏ
C) କ ଓ ଖ ଉଭୟ
D) ଉଭୟ ଠିକ୍ ନୁହେଁ

14. 'ଉଇନିଙ୍ଗ' (Weaning) କହିଲେ କ’ଣ ବୁଝାଯାଏ?

A) ଶିଶୁକୁ କେବଳ ମା' କ୍ଷୀର ଦେବା
B) ମା' କ୍ଷୀର ସହିତ ଧୀରେ ଧୀରେ ଅନ୍ୟାନ୍ୟ ଖାଦ୍ୟ ଦେଇ କ୍ଷୀରରୁ ଛଡ଼ାଇବା
C) ଶିଶୁକୁ କେବଳ ବୋତଲ କ୍ଷୀର ଦେବା
D) କେବଳ କଠିନ ଖାଦ୍ୟ ଦେବା

15. Infant Milk Formula ଗୁଡ଼ିକୁ ଶିଶୁମାନଙ୍କ ଖାଦ୍ୟୋପଯୋଗୀ କରିବା ପାଇଁ କେଉଁ କ୍ଷୀରର ଉପାଦାନ ସହିତ ସମାନ କରିବାକୁ ଚେଷ୍ଟା କରାଯାଏ?

A) ଗାଈ କ୍ଷୀର
B) ମା' କ୍ଷୀର
C) ମଇଁଷି କ୍ଷୀର
D) ଲହୁଣୀ କଢ଼ାଯାଇଥିବା କ୍ଷୀର

16. ଗାଈକ୍ଷୀରକୁ ମା' କ୍ଷୀର ସହିତ ସମାନ କରିବା ପାଇଁ କ’ଣ ମିଶାଇବା ପ୍ରୟୋଜନ?

A) ଅଳ୍ପ ଲୁଣ ଓ ହଳଦୀ
B) ଅଳ୍ପ ପାଣି ଓ ଚିନି
C) ଅଧିକ ପୁଷ୍ଟିସାର
D) ମଇଁଷି କ୍ଷୀର

17. କୃତ୍ରିମ ଆହାର ପ୍ରସ୍ତୁତି ସମୟରେ, ଅବହେଳା କଲେ କେଉଁ ସମସ୍ୟାର ଭୟ ଥାଏ?

A) ଅଳ୍ପ ଓଜନ ହେବା
B) ସଂକ୍ରମଣ (Infection)
C) କୋଷ୍ଠକାଠିନ୍ୟ
D) ବାୟୁଦୋଷ

18. କୃତ୍ରିମ ଖାଦ୍ୟ ଦେବା ପାଇଁ ବ୍ୟବହୃତ ବୋତଲ, ଠିପି ଇତ୍ୟାଦିକୁ ଜୀବାଣୁଶୂନ୍ୟ (sterilize) କରିବା ପାଇଁ କେତେ ସମୟ ପର୍ଯ୍ୟନ୍ତ ଫୁଟାଯାଏ?

A) ୧ ମିନିଟ୍
B) ୫ ମିନିଟ୍
C) ୧୦ ମିନିଟ୍
D) ୩୦ ମିନିଟ୍

19. ନିପ୍‌ଲର କଣା ଅତି ବଡ଼ ହେଲେ ଶିଶୁର କେଉଁ ସମସ୍ୟା ହୋଇପାରେ?

A) କ୍ଷୀର ଅତି ବେଗରେ ବାହାରି ଶ୍ଵାସରୁଦ୍ଧ ହୋଇଯାଏ
B) କ୍ଷୀର ଟାଣିବାରେ କଷ୍ଟ ହୁଏ
C) ଶିଶୁ ବାନ୍ତି କରିପକାଏ
D) ଶିଶୁ ଆଙ୍ଗୁଠି ଚୁଚୁମିବା ଆରମ୍ଭ କରେ

20. ତରଳ ଅନୁପୂରକ ଖାଦ୍ୟ ଦେବା ଦ୍ୱାରା ଶିଶୁର କେଉଁ ଜୀବସାରର ଅଭାବ ପୂରଣ ହୁଏ?

A) ଜୀବସାର 'କ' (Vitamin A)
B) ଜୀବସାର 'ଖ' (Vitamin B)
C) ଜୀବସାର 'ଗ' (Vitamin C)
D) ଜୀବସାର 'ଘ' (Vitamin D)

21. କେଉଁ କଠିନ ଖାଦ୍ୟଟି ଶିଶୁ ପାଇଁ ଉତ୍ତମ ପୁଷ୍ଟିସାର, ଲୌହ ଓ ଜୀବସାରରେ ପୂର୍ଣ୍ଣ?

A) ମାଛ
B) ଅଣ୍ଡା
C) କଦଳୀ ଚକଟା
D) ଗାଜର ସୁପ୍

22. ଶିଶୁର ଦାନ୍ତ ଉଠିବା ସମୟରେ ଚୋବାଇବା ପାଇଁ କେଉଁ ଖାଦ୍ୟ ଉତ୍ତମ?

A) ପାଣିଆ ଖିଚୁଡ଼ି
B) ରତୁଆ ବିସ୍କୁଟ୍ (Rusk)
C) ଫୁଟା ଭାତ
D) ଚକଟା ଆଳୁ

23. କେବଳ ମା' କ୍ଷୀର କେତେ ମାସ ପରେ ଶିଶୁ ପାଇଁ ଯଥେଷ୍ଟ ନୁହେଁ?

A) ୩ ମାସ
B) ୫ ମାସ
C) ୬ ମାସ
D) ୯ ମାସ

24. ଶିଶୁର ପାଟି ଭିତରେ ଓ ଜିଭ ଉପରେ ଧଳା ଧଳା ବୋଳ ଭଳି ବସିଯିବାକୁ କ’ଣ କୁହାଯାଏ?

A) ଜ୍ଵର
B) କୋଷ୍ଠକାଠିନ୍ୟ
C) ଥ୍ରସ୍ (Thrush)
D) ଅତିସାର

25. ରୋଗ ପ୍ରତିରୋଧକ ଶକ୍ତି (Immunity) କେତେ ପ୍ରକାର?

A) ତିନି ପ୍ରକାର
B) ଚାରି ପ୍ରକାର
C) ଦୁଇ ପ୍ରକାର (ପ୍ରାକୃତିକ ଓ କୃତ୍ରିମ)
D) ଗୋଟିଏ ପ୍ରକାର

26. D.P.T. ଟିକା କେଉଁ ତିନୋଟି ରୋଗର ପ୍ରତିରୋଧ କରେ?

A) ମିଳିମିଳା, ପୋଲିଓ, ଯକ୍ଷ୍ମା
B) କଣ୍ଠଆଳତି, ଲହରା କାଶ ଓ ଟିଟାନସ୍
C) ହଇଜା, ଟାଇଫଏଡ଼, ବସନ୍ତ
D) ଉପରୋକ୍ତ ସମସ୍ତ

27. B.C.G. ଟିକା କେଉଁ ରୋଗରୁ ଶିଶୁକୁ ରକ୍ଷା କରିଥାଏ?

A) ପୋଲିଓ
B) ଯକ୍ଷ୍ମା
C) ଟିଟାନସ୍
D) ମିଳିମିଳା

28. ଅତିସାର (Diarrhoea) ରୋଗ ହେଲେ ତୁରନ୍ତ ଶିଶୁକୁ କ’ଣ ଦେବା ନିତାନ୍ତ ପ୍ରୟୋଜନ?

A) ଅଧିକ କ୍ଷୀର
B) ଚିନି ଓ ଲୁଣର ଦ୍ରବଣ (Electral)
C) କଠିନ ଖାଦ୍ୟ
D) ଫଳ ରସ

29. ଡାକ୍ତରଙ୍କ ପରାମର୍ଶ କ୍ରମେ କେତେ ମାସ ବେଳକୁ ପୋଲିଓ ଟିକା (ସେବିନ୍ ଟିକା) ଦେବା ଆରମ୍ଭ କରାଯାଏ?

A) ୧ ମାସ
B) ୩ ମାସ
C) ୬ ମାସ
D) ୯ ମାସ

30. ଶିଶୁ ମୃତ୍ୟୁହାର (IMR) କିପରି ଗଣନା କରାଯାଏ?

A) ପ୍ରତ୍ୟେକ ୧୦୦ ଜନ୍ମିତ ଶିଶୁ ମଧ୍ୟରେ ମୃତ୍ୟୁସଂଖ୍ୟା
B) ପ୍ରତ୍ୟେକ ୧୦୦୦ ଜନ୍ମିତ ଶିଶୁ ମଧ୍ୟରୁ ପ୍ରଥମ ବର୍ଷ ମଧ୍ୟରେ ମୃତ୍ୟୁସଂଖ୍ୟା
C) ପ୍ରତ୍ୟେକ ୧୦,୦୦୦ ଜନ୍ମିତ ଶିଶୁ ମଧ୍ୟରେ ମୃତ୍ୟୁସଂଖ୍ୟା
D) କୌଣସିଟି ନୁହେଁ