Skip to main content

ୟୁନିଟ୍ ୨: ଉପଭୋଗ ଓ ଚାହିଦା

Subject -Economics Quiz

Password Protected

Please enter the password to continue.

+2 2nd year Subject -Economics ୟୁନିଟ୍ ୨: ଉପଭୋଗ ଓ ଚାହିଦା

My Awesome Quiz

1. ଯେତେବେଳେ ସୀମାନ୍ତ ଉପଯୋଗିତା ହ୍ରାସ ପାଏ, ମୋଟ ଉପଯୋଗିତା (When marginal utility decreases, total utility)

A) ବୃଦ୍ଧି ପାଏ (increases)
B) ହ୍ରାସ ପାଏ (decreases)
C) ସ୍ଥିର ରହେ (remains constant)
D) ଉପରଲିଖିତ ମଧ୍ୟରୁ କୌଣସିଟି ନୁହେଁ (none of the above)

2. ସୀମାନ୍ତ ଉପଯୋଗିତା ଋଣାତ୍ମକ ହେଲେ ମୋଟ ଉପଯୋଗିତା (If marginal utility becomes negative, total utility)

A) ବୃଦ୍ଧି ପାଏ (increases)
B) ହ୍ରାସ ପାଏ (decreases)
C) ସ୍ଥିର ରହେ (remains constant)
D) ଉପରଲିଖିତ ମଧ୍ୟରୁ କୌଣସିଟି ନୁହେଁ (none of the above)

3. ସୀମାନ୍ତ ଉପଯୋଗିତା ଶୂନ୍ୟ ହେଲେ, ମୋଟ ଉପଯୋଗିତା (If marginal utility becomes zero, total utility)

A) ବୃଦ୍ଧି ପାଏ (increases)
B) ହ୍ରାସ ପାଏ (decreases)
C) ସର୍ବାଧିକ (is maximum)
D) ଉପରଲିଖିତ ମଧ୍ୟରୁ କୌଣସିଟି ନୁହେଁ (none of the above)

4. ଦ୍ରବ୍ୟର ସୀମାନ୍ତ ଉପଯୋଗିତା ରେଖା (The marginal utility curve of a good)

A) ଡାହାଣକୁ ଉର୍ଦ୍ଧ୍ୱଗାମୀ ହୁଏ (slopes upwards to the right)
B) ଡାହାଣକୁ ନିମ୍ନଗାମୀ ହୁଏ (slopes downwards to the right)
C) X -ଅକ୍ଷ ସହିତ ସମାନ୍ତରାଳ ହୁଏ (is parallel to the X-axis)
D) ଭଲମ୍ବ ସରଳରେଖା ହୁଏ (is a vertical straight line)

5. କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର କେଉଁ କାରଣ ଯୋଗୁଁ କାର୍ଯ୍ୟକାରୀ ହୋଇଥାଏ ? (Due to which reason does the law of diminishing marginal utility operate?)

A) ଅଭାବ ଅସୀମ (Wants are unlimited)
B) ଏକ ନିର୍ଦ୍ଦିଷ୍ଟ ଅଭାବ ପରିତୃପ୍ତକ୍ଷମ (A particular want is satiable)
C) ଅଭାବ ପୂରଣ ପାଇଁ ଦ୍ରବ୍ୟ ସମୂହ ସମ୍ପୂର୍ଣ୍ଣ ପ୍ରତିବଳଦକ୍ଷମ ନୁହଁନ୍ତି । (Goods are not perfect substitutes for fulfilling a want.)
D) ଉଭୟ (ଖ) ଏବଂ (ଗ) (Both (B) and (C))

6. ଚାହିଦାର ଅନ୍ୟାନ୍ୟ ଉପାଦନ ସ୍ଥିର ରହି, ଦ୍ରବ୍ୟର ଦର ବୃଦ୍ଧି ହେଲେ, ଚାହିଦାର ପରିମାଣ: (Other determinants of demand remaining constant, if the price of a good increases, the quantity demanded:)

A) ବୃଦ୍ଧି ପାଏ (increases)
B) ହ୍ରାସ ପାଏ (decreases)
C) ସ୍ଥିର ରହେ (remains constant)
D) ଉପରଲିଖିତ ମଧ୍ୟରୁ କୌଣସିଟି ନୁହେଁ (none of the above)

7. ଚାହିଦା ପରିମାଣରେ ପରିବର୍ତ୍ତନ କାହାର ପରିବର୍ତ୍ତନ ଯୋଗୁଁ ସମ୍ଭବ ହୋଇଥାଏ ? (A change in quantity demanded is possible due to a change in?)

A) ଖାଉଟିର ଆୟ (consumer's income)
B) ଦ୍ରବ୍ୟର ଦର (price of the good)
C) ସମ୍ପର୍କିତ ଦ୍ରବ୍ୟର ଦର (price of related goods)
D) ଉପରଲିଖିତ ସମସ୍ତ (all of the above)

8. ଚାହିଦା ରେଖାର ସ୍ଥାନଚ୍ୟୁତି କେଉଁ କାରଣ ଯୋଗୁଁ ହୋଇଥାଏ। (Due to which reason does the demand curve shift?)

A) ଦ୍ରବ୍ୟର ଦର (price of the good)
B) ଉପଭୋକ୍ତାର ଆୟ (consumer's income)
C) ସମ୍ପର୍କିତ ଦ୍ରବ୍ୟର ଦର, ଖାଉଟିର ରୁଚି (price of related goods, consumer's taste)
D) ଉଭୟ (ଖ) ଏବଂ (ଗ) (Both (B) and (C))

9. ଚାହିଦାସୂତ୍ର ଯେଉଁ ଦୁଇଟି ଉପାଦାନର ସମ୍ପର୍କକୁ ବିଶ୍ଳେଷଣ କରାଯାଏ, ତାହା ହେଲା- (The demand law analyzes the relationship between which two factors?)

A) ଦ୍ରବ୍ୟର ଦର ଓ ଦ୍ରବ୍ୟର ପରିମାଣ (price of the good and quantity of the good)
B) ଖାଉଟିଙ୍କ ଆୟ ଓ ଦ୍ରବ୍ୟର ପରିମାଣ (consumer's income and quantity of the good)
C) ସମ୍ପର୍କିତ ଦ୍ରବ୍ୟର ଦର ଓ ଦ୍ରବ୍ୟର ପରିମାଣ (price of related goods and quantity of the good)
D) ଖାଉଟିଙ୍କ ରୁଚି ଓ ଦ୍ରବ୍ୟର ପରିମାଣ (consumer's taste and quantity of the good)

10. ଚାହିଦା ସୂତ୍ର କାହା ଉପରେ ଆଧାରିତ ? (The law of demand is based on what?)

A) କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର (Law of diminishing marginal utility)
B) ସମସୀମାନ୍ତ ଉପଯୋଗିତା ସୂତ୍ର (Law of equi-marginal utility)
C) ପରିବର୍ତନୀୟ ଅନୁପାତ ସୂତ୍ର (Law of variable proportions)
D) ଉପରଲିଖିତ ମଧ୍ୟରୁ କୌଣସିଟି ନୁହେଁ (none of the above)

11. ଯେତେବେଳେ ଦ୍ରବ୍ୟର ନିଅଣ୍ଟ ଆଶଙ୍କା କରାଯାଏ, ସେତେବେଳେ ଦରର ଚାହିଦା: (When a shortage of a good is anticipated, the demand for its price:)

A) କମ ହୁଏ (decreases)
B) ଅଧିକ ହୁଏ (increases)
C) ସ୍ଥିର ରହେ (remains constant)
D) ଉପରଲିଖିତ ମଧ୍ୟରୁ କୌଣସିଟି ନୁହେଁ (none of the above)

12. ଚାହିଦାର ପରିମାଣ ଯେତେବେଳେ ଦରର ପରିବର୍ତନ ଦ୍ୱାରା ବିଶେଷଭାବେ ପ୍ରଭାବିତ ହୁଏ ନାହିଁ, ସେତେବେଳେ ଚାହିଦା (When the quantity demanded is not significantly affected by a change in price, then demand is)

A) ସ୍ଥିତିସ୍ଥାପକ ହୋଇଥାଏ (is elastic)
B) ଅସ୍ଥିତିସ୍ଥାପକ ହୋଇଥାଏ (is inelastic)
C) ଏକକ ସ୍ଥିତିସ୍ଥାପକ ହୋଇଥାଏ (is unitary elastic)
D) ଉପରଲିଖିତ ମଧ୍ୟରୁ କୌଣସିଟି ନୁହେଁ (none of the above)

13. ଦ୍ରବ୍ୟର ଦରରେ ଏକ ନିର୍ଦ୍ଦିଷ୍ଟ ଆନୁପାତିକ ପରିବର୍ତ୍ତନ ଯୋଗୁଁ ଯଦି ଚାହିଦା ପରିମାଣରେ ସମାନୁପାତିକ ପରିବର୍ତ୍ତନ ହୁଏ, ତେବେ ଦର ସ୍ଥିତିସ୍ଥାପକତା: (If a given proportional change in the price of a good leads to an equal proportional change in the quantity demanded, then price elasticity is:)

A) ଏକରୁ ଅଧିକ ହେବ (will be greater than one)
B) ଏକ ହେବ (will be one)
C) ଏକରୁ କମ ହେବ (will be less than one)
D) ଶୂନ ହେବ (will be zero)

14. ଦ୍ରବ୍ୟର ଦରରେ ସାମାନ୍ୟ ପରିବର୍ତ୍ତନ ହେଲେ ଯଦି ଚାହିଦାର ପରିମାଣରେ ପ୍ରଭୃତ ପରିବର୍ତ୍ତନ ଘଟେ, ଉକ୍ତ ଅବସ୍ଥାକୁ କ’ଣ କୁହାଯାଏ ? (If a slight change in the price of a good leads to a significant change in the quantity demanded, what is that situation called?)

A) ସମ୍ପୂର୍ଣ ସ୍ଥିତିସ୍ଥାପକ ଚାହିଦା (Perfectly elastic demand)
B) ସମ୍ପୂର୍ଣ ଅସ୍ଥିତିସ୍ଥାପକ ଚାହିଦା (Perfectly inelastic demand)
C) ଏକକ ସ୍ଥିତିସ୍ଥାପକ ଚାହିଦା (Unitary elastic demand)
D) ଅପେକ୍ଷାକୃତ ସ୍ଥିତିସ୍ଥାପକ ଚାହିଦା (Relatively elastic demand)

15. ସମ୍ପୂର୍ଣ ସ୍ଥିତିସ୍ଥାପକ ଚାହିଦା କ୍ଷେତ୍ରରେ, ଚାହିଦା ରେଖାର ଆକାର କ'ଣ ହୋଇଥାଏ ? (In the case of perfectly elastic demand, what is the shape of the demand curve?)

A) X -ଅକ୍ଷ ସହ ସମାନ୍ତରାଳ (Parallel to the X-axis)
B) Y -ଅକ୍ଷ ସହ ସମାନ୍ତରାଳ (Parallel to the Y-axis)
C) ନିମ୍ନଗାମୀ (Downward sloping)
D) ଉର୍ଦ୍ଧ୍ୱଗାମୀ (Upward sloping)

16. ଦୁଇଟି ଦ୍ରବ୍ୟ X ଏବଂ Yର ଦାମ ସ୍ଥିର ରହି, ଯେତେବେଳେ Xର ଦାମ ବଢ଼ିଯାଏ । Yର ଚାହିଦାର ପରିମାଣ ବୃଦ୍ଧି ପାଏ । ତେବେ X ଏବଂ Y ମଧ୍ୟରେ ସମ୍ପର୍କ କ'ଣ ? (With the prices of two goods X and Y remaining constant, when the price of X increases, the quantity demanded for Y increases. What is the relationship between X and Y?)

A) ପ୍ରତିସ୍ଥାପନକ୍ଷମ (Substitutable)
B) ପ୍ରତିଯୋଗୀ (Competitive)
C) ପରସ୍ପର ପରିପୂରକ (Complementary to each other)
D) ସମ୍ପର୍କ ଶୂନ୍ଯ (No relation)

17. ଯଦି ଗୋଟିଏ ଦ୍ରବ୍ୟର 10ଟି ଉପଭୋଗରୁ ମୋଟ ଉପଯୋଗିତା 120 ଏବଂ ସେହି ଦ୍ରବ୍ୟର 11ଟି ଉପଭୋଗରୁ ମୋଟ ଉପଯୋଗିତା 130 ହୁଏ, ତେବେ ସୀମାନ୍ତ ଉପଯୋଗିତା କେତେ ? (If the total utility from consuming 10 units of a good is 120 and the total utility from consuming 11 units of the same good is 130, what is the marginal utility?)

A) 10
B) -10
C) 21
D) 12

18. ମାନବୀୟ ଅଭାବ ପୂରଣ ନିମନ୍ତେ ଦ୍ରବ୍ୟ ଓ ସେବା ଉପଯୋଗିତାର ବିନାଶକୁ କ’ଣ କୁହାଯାଏ? (What is the destruction of utility of goods and services for satisfying human wants called?)

A) ଉତ୍ପାଦନ (Production)
B) ଉପଭୋଗ (Consumption)
C) ବିନିମୟ (Exchange)
D) ସଞ୍ଚୟ (Saving)

19. ଉପଭୋଗ ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପର କ’ଣ? (What is consumption for all economic activities?)

A) କେବଳ ଆରମ୍ଭ (Only the beginning)
B) କେବଳ ଶେଷ (Only the end)
C) ଆରମ୍ଭ ଓ ଶେଷ (Beginning and end)
D) ମଧ୍ୟବର୍ତ୍ତୀ ପ୍ରକ୍ରିୟା (Intermediate process)

20. ସୀମାନ୍ତ ଉପଯୋଗିତାର ସମଷ୍ଟିକୁ କ’ଣ କୁହାଯାଏ? (What is the sum of marginal utilities called?)

A) ମୋଟ ଉତ୍ପାଦ (Total product)
B) ହାରାହାରି ଉପଯୋଗିତା (Average utility)
C) ମୋଟ ଉପଯୋଗିତା (Total utility)
D) ପ୍ରାନ୍ତୀୟ ଉପଯୋଗିତା (Marginal utility)

21. ଦ୍ରବ୍ୟର ଏକ ଅତିରିକ୍ତ ଏକକ ଉପଭୋଗ ଫଳରେ ମୋଟ ଉପଯୋଗିତା ଯେତେ ବୃଦ୍ଧି ପାଏ, ତାହା କ’ଣ? (What is the increase in total utility resulting from the consumption of one additional unit of a good called?)

A) ମୋଟ ଉପଯୋଗିତା (Total utility)
B) ହାରାହାରି ଉପଯୋଗିତା (Average utility)
C) ସୀମାନ୍ତ ଉପଯୋଗିତା (Marginal utility)
D) ସର୍ବାଧିକ ଉପଯୋଗିତା (Maximum utility)

22. ଷଷ୍ଠ ରସଗୋଲାର ସୀମାନ୍ତ ଉପଯୋଗିତା ଶୂନ୍ୟ ହେଲେ ମୋଟ ଉପଯୋଗିତା କେତେ ଥିଲା (ସାରଣୀ 2.1 ଅନୁଯାୟୀ)? (If the marginal utility of the sixth Rasgulla is zero, what was the total utility (according to Table 2.1)?)

A) 120 ଏକକ (120 units)
B) 140 ଏକକ (140 units)
C) 150 ଏକକ (150 units)
D) 50 ଏକକ (50 units)

23. କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର କାହା କ୍ଷେତ୍ରରେ କାର୍ଯ୍ୟ କରି ନ ଥାଏ? (In whose case does the law of diminishing marginal utility not operate?)

A) ସ୍ଵାଭାବିକ ବ୍ୟକ୍ତି (Normal person)
B) ବିବେକୀ ଉପଭୋକ୍ତା (Rational consumer)
C) ମଦ୍ୟପ (Drunkard)
D) କ୍ଷୁଧାର୍ଥ ବ୍ୟକ୍ତି (Hungry person)

24. କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରର ମୁଖ୍ୟ ଭିତ୍ତିଭୂମି କ’ଣ? (What is the main basis of the law of diminishing marginal utility?)

A) ଦ୍ରବ୍ୟର ଦୁଷ୍ପାପ୍ୟତା (Scarcity of goods)
B) ଏକ ନିର୍ଦ୍ଦିଷ୍ଟ ଅଭାବ ପରିତୃପ୍ତକ୍ଷମ (A particular want is satiable)
C) ମୁଦ୍ରାର ତରଳତା (Liquidity of money)
D) ଆକର୍ଷକ ଉପଭୋଗ (Conspicuous consumption)

25. ଜଣେ ବିବେକୀ ଉପଭୋକ୍ତା ସର୍ବାଧିକ ଉପଯୋଗିତା ପାଇବା ପାଇଁ କେତେ ପରିମାଣର ଦ୍ରବ୍ୟ ଉପଭୋଗ କରିବେ? (How much quantity of a good will a rational consumer consume to get maximum utility?)

A) MU ଧନାତ୍ମକ ହୁଏ (MU is positive)
B) MU ଋଣାତ୍ମକ ହୁଏ (MU is negative)
C) MU ଶୂନ୍ୟ ହୁଏ (MU is zero)
D) TU ଶୂନ୍ୟ ହୁଏ (TU is zero)

26. କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରର ବ୍ୟତିକ୍ରମ କେଉଁ କ୍ଷେତ୍ରରେ ଦେଖାଯାଏ? (In which case is an exception to the law of diminishing marginal utility observed?)

A) ଦୁଷ୍ପାପ୍ୟ ବସ୍ତୁ (Rare goods)
B) ସାଧାରଣ ଦ୍ରବ୍ୟ (Normal goods)
C) ଅତ୍ୟାବଶ୍ୟକ ଦ୍ରବ୍ୟ (Essential goods)
D) ପ୍ରତିସ୍ଥାପକ ଦ୍ରବ୍ୟ (Substitute goods)

27. ଉପଭୋକ୍ତା ସନ୍ତୁଳନର ପ୍ରଥମ ସର୍ତ୍ତ କ’ଣ? (What is the first condition for consumer equilibrium?)

A) ଦ୍ରବ୍ୟର MU > ଦ୍ରବ୍ୟର ଦର (MU of good > Price of good)
B) ଦ୍ରବ୍ୟର MU = ଦ୍ରବ୍ୟର ଦର (MU of good = Price of good)
C) ଦ୍ରବ୍ୟର MU < ଦ୍ରବ୍ୟର ଦର (MU of good < Price of good)
D) ମୋଟ ଉପଯୋଗିତା ସର୍ବାଧିକ (Total utility is maximum)

28. ସମସୀମାନ୍ତ ଉପଯୋଗିତା ସୂତ୍ରକୁ ଅନ୍ୟ କେଉଁ ନାମରେ ଜଣାଯାଏ? (By what other name is the Law of Equi-Marginal Utility known?)

A) ଚାହିଦା ସୂତ୍ର (Law of Demand)
B) ପ୍ରତିସ୍ଥାପନ ସୂତ୍ର (Law of Substitution)
C) କ୍ରମହ୍ରାସମାନ ନିୟମ (Law of Diminishing Returns)
D) ଯୋଗାଣ ସୂତ୍ର (Law of Supply)

29. ସମସୀମାନ୍ତ ଉପଯୋଗିତା ସୂତ୍ର ଅନୁଯାୟୀ, ଦ୍ରବ୍ୟରେ ବ୍ୟୟିତ ମୁଦ୍ରା ଏକକର ସୀମାନ୍ତ ଉପଯୋଗିତା କେଉଁଠି ସମାନ ହେଲେ ସନ୍ତୁଳନ ହାସଲ ହୁଏ? (According to the Law of Equi-Marginal Utility, equilibrium is achieved when the marginal utility of a unit of money spent is equal in what?)

A) କେବଳ ଦ୍ରବ୍ୟ A (Only good A)
B) କେବଳ ଦ୍ରବ୍ୟ B (Only good B)
C) ସମସ୍ତ ଦ୍ରବ୍ୟରେ (In all goods)
D) କୌଣସି ଦ୍ରବ୍ୟରେ ନୁହେଁ (In no good)

30. ଅର୍ଥଶାସ୍ତ୍ରରେ ଚାହିଦା କହିଲେ ଦ୍ରବ୍ୟ ପ୍ରାପ୍ତିର କେଉଁ ଇଚ୍ଛାକୁ ବୁଝାଏ? (In economics, demand refers to which desire to obtain a good?)

A) କେବଳ ଇଚ୍ଛା (Only desire)
B) ଫଳପ୍ରଦ ଇଚ୍ଛା (Effective desire)
C) ସୀମିତ ଇଚ୍ଛା (Limited desire)
D) ଅସୀମ ଇଚ୍ଛା (Unlimited desire)

31. ଚାହିଦାକୁ ଫଳପ୍ରଦ କରିବାକୁ ହେଲେ କେତେଗୋଟି ସର୍ତ୍ତ ପୂରଣ କରିବାକୁ ହେବ? (How many conditions must be fulfilled for demand to be effective?)

A) ଦୁଇଗୋଟି (Two)
B) ତିନିଗୋଟି (Three)
C) ଚାରିଗୋଟି (Four)
D) ପାଞ୍ଚଗୋଟି (Five)

32. ସ୍ଵାଭାବିକ ଦ୍ରବ୍ୟ କ୍ଷେତ୍ରରେ ଆୟ ଏବଂ ଚାହିଦା ମଧ୍ୟରେ କିପରି ସମ୍ପର୍କ ଥାଏ? (What kind of relationship exists between income and demand in the case of normal goods?)

A) ବିପରୀତମୁଖୀ (Inverse)
B) ଧନାତ୍ମକ (Positive)
C) ସ୍ଥିର (Constant)
D) ନିର୍ଭର କରେ ନାହିଁ (Does not depend)

33. ରୁଟି ଏବଂ ଲହୁଣୀ କେଉଁ ପ୍ରକାର ଦ୍ରବ୍ୟର ଉଦାହରଣ? (Bread and butter are examples of what type of goods?)

A) ପ୍ରତିସ୍ଥାପନକ୍ଷମ ଦ୍ରବ୍ୟ (Substitute goods)
B) ମିଶ୍ରିତ ଚାହିଦା (Composite demand)
C) ପରିପୂରକ ଦ୍ରବ୍ୟ (Complementary goods)
D) ବିକଳ୍ପ ଦ୍ରବ୍ୟ (Alternative goods)

34. ଚା ଏବଂ କଫି କେଉଁ ପ୍ରକାର ଦ୍ରବ୍ୟର ଉଦାହରଣ? (Tea and coffee are examples of what type of goods?)

A) ପରିପୂରକ ଦ୍ରବ୍ୟ (Complementary goods)
B) ପ୍ରତିସ୍ଥାପନକ୍ଷମ ଦ୍ରବ୍ୟ (Substitute goods)
C) ମିଶ୍ରିତ ଚାହିଦା (Composite demand)
D) ବ୍ୟୁତ୍ପନ୍ନ ଚାହିଦା (Derived demand)

35. ଉତ୍ପାଦନର ସାଧନଗୁଡ଼ିକ (ଭୂମି, ଶ୍ରମ)ର ଚାହିଦାକୁ କ’ଣ କୁହାଯାଏ? (What is the demand for factors of production (land, labor) called?)

A) ପ୍ରତ୍ୟକ୍ଷ ଚାହିଦା (Direct demand)
B) ମିଶ୍ରିତ ଚାହିଦା (Composite demand)
C) ବ୍ୟୁତ୍ପନ୍ନ ଚାହିଦା (Derived demand)
D) ବିକଳ୍ପ ଚାହିଦା (Alternative demand)

36. ମୋଟର ସାଇକେଲ ଓ ପେଟ୍ରୋଲର ଚାହିଦା କେଉଁ ପ୍ରକାର ଚାହିଦାର ଉଦାହରଣ? (Motorcycles and petrol are examples of what type of demand?)

A) ବିକଳ୍ପ ଚାହିଦା (Alternative demand)
B) ସଂଯୁକ୍ତ ଚାହିଦା (Joint demand)
C) ମିଶ୍ରିତ ଚାହିଦା (Composite demand)
D) ପ୍ରତ୍ୟକ୍ଷ ଚାହିଦା (Direct demand)

37. ବିଦ୍ୟୁତ୍ ଶକ୍ତିର ଚାହିଦା କେଉଁ ପ୍ରକାର ଚାହିଦାର ଉଦାହରଣ? (The demand for electricity is an example of what type of demand?)

A) ପ୍ରତ୍ୟକ୍ଷ ଚାହିଦା (Direct demand)
B) ସଂଯୁକ୍ତ ଚାହିଦା (Joint demand)
C) ମିଶ୍ରିତ ଚାହିଦା (Composite demand)
D) ବ୍ୟୁତ୍ପନ୍ନ ଚାହିଦା (Derived demand)

38. ଚାହିଦା ଏବଂ ଉପାଦାନ ଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କକୁ କ’ଣ କୁହାଯାଏ? (What is the relationship between demand and its determinants called?)

A) ଚାହିଦା ସୂତ୍ର (Law of demand)
B) ଚାହିଦା ଫଳନ (Demand function)
C) ଉତ୍ପାଦନ ଫଳନ (Production function)
D) ଯୋଗାଣ ଫଳନ (Supply function)

39. ଚାହିଦା ସୂତ୍ର ଦ୍ରବ୍ୟର ଦର ଓ ଚାହିଦାର ପରିମାଣ ମଧ୍ୟରେ କେଉଁ ସମ୍ପର୍କ ପ୍ରକାଶ କରେ? (What relationship does the law of demand express between the price of a good and its quantity demanded?)

A) ପ୍ରତ୍ୟକ୍ଷ (Direct)
B) ସମାନୁପାତିକ (Proportional)
C) ବିପରୀତ (Inverse)
D) ଧନାତ୍ମକ (Positive)

40. ଚାହିଦା ସୂତ୍ର ଅନୁଯାୟୀ ଚାହିଦାର ପରିମାଣ ଦର ସହ କିପରି ଭାବେ ପରିବର୍ତ୍ତିତ ହୋଇଥାଏ? (According to the law of demand, how does the quantity demanded change with price?)

A) ସମାନ ଭାବେ (Equally)
B) ବିପରୀତ ଭାବେ (Inversely)
C) ସ୍ଥିର ଭାବେ (Constantly)
D) ଧନାତ୍ମକ ଭାବେ (Positively)

41. ଜଣେ ଉପଭୋକ୍ତାଙ୍କ ଚାହିଦାର ପରିମାଣର ତାଲିକାକୁ କ’ଣ କୁହାଯାଏ? (What is the list of a single consumer's quantity demanded called?)

A) ବଜାର ଚାହିଦା ସୂଚୀ (Market demand schedule)
B) ବ୍ୟକ୍ତିଗତ ଚାହିଦା ସୂଚୀ (Individual demand schedule)
C) ବଜାର ଚାହିଦା ରେଖା (Market demand curve)
D) ବ୍ୟକ୍ତିଗତ ଚାହିଦା ରେଖା (Individual demand curve)

42. ସମସ୍ତ ଉପଭୋକ୍ତାଙ୍କ ଚାହିଦାର ସମଷ୍ଟିକୁ କ’ଣ କୁହାଯାଏ? (What is the sum of all consumers' demands called?)

A) ବ୍ୟକ୍ତିଗତ ଚାହିଦା (Individual demand)
B) ବଜାର ଚାହିଦା (Market demand)
C) ସଂଯୁକ୍ତ ଚାହିଦା (Joint demand)
D) ପ୍ରତ୍ୟକ୍ଷ ଚାହିଦା (Direct demand)

43. ଚାହିଦା ସାରଣୀକୁ ଚିତ୍ର ମାଧ୍ୟମରେ ଉପସ୍ଥାପନା କଲେ କ’ଣ ଉପଲବ୍ଧ ହୋଇଥାଏ? (What is obtained when a demand schedule is presented graphically?)

A) ଚାହିଦା ନିର୍ଣ୍ଣାୟକ (Demand determinant)
B) ଚାହିଦା ସୂଚୀ (Demand schedule)
C) ଚାହିଦା ରେଖା (Demand curve)
D) ଯୋଗାଣ ରେଖା (Supply curve)

44. ଚାହିଦା ରେଖା ସାଧାରଣତଃ କିପରି ହୋଇଥାଏ? (What is the usual shape of a demand curve?)

A) ଉର୍ଦ୍ଧ୍ୱଗାମୀ (Upward sloping)
B) ନିମ୍ନଗାମୀ (Downward sloping)
C) X-ଅକ୍ଷ ସହ ସମାନ୍ତରାଳ (Parallel to the X-axis)
D) Y-ଅକ୍ଷ ସହ ସମାନ୍ତରାଳ (Parallel to the Y-axis)

45. ଚାହିଦା ସୂତ୍ରର ବ୍ୟତିକ୍ରମ କେଉଁ ଦ୍ରବ୍ୟ କ୍ଷେତ୍ରରେ ଦେଖାଯାଏ? (In which type of good is an exception to the law of demand observed?)

A) ସାଧାରଣ ଦ୍ରବ୍ୟ (Normal goods)
B) ଗିଫେନ୍ ଦ୍ରବ୍ୟ (Giffen goods)
C) ପରିପୂରକ ଦ୍ରବ୍ୟ (Complementary goods)
D) ବିକଳ୍ପ ଦ୍ରବ୍ୟ (Substitute goods)

46. ଧନୀଶ୍ରେଣୀର ଲୋକମାନେ ଅହମିକା ପାଇଁ ଚାହିଦା କରୁଥିବା ଦ୍ରବ୍ୟକୁ Veblen କ’ଣ କହିଛନ୍ତି? (What did Veblen call goods demanded by the wealthy for prestige?)

A) ଗିଫେନ୍ ଦ୍ରବ୍ୟ (Giffen goods)
B) ନିକୃଷ୍ଟ ଦ୍ରବ୍ୟ (Inferior goods)
C) ଆକର୍ଷକ ଉପଭୋଗ (Conspicuous consumption)
D) ଅତ୍ୟାବଶ୍ୟକ ଦ୍ରବ୍ୟ (Essential goods)

47. ଦ୍ରବ୍ୟର ଦର ପରିବର୍ତ୍ତନ ଯୋଗୁଁ ଚାହିଦାର ପରିମାଣରେ ପରିବର୍ତ୍ତନକୁ କ’ଣ କୁହାଯାଏ? (What is a change in the quantity demanded due to a change in the price of the good called?)

A) ଚାହିଦାରେ ପରିବର୍ତ୍ତନ (Change in demand)
B) ଚାହିଦାର ସ୍ଥାନଚ୍ୟୁତି (Shift in demand)
C) ଚାହିଦାର ସଂକୋଚନ ବା ସମ୍ପ୍ରସାରଣ (Contraction or expansion of demand)
D) ଚାହିଦାର ବୃଦ୍ଧି ବା ହ୍ରାସ (Increase or decrease in demand)

48. ଚାହିଦାକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ଉପାଦାନ ସ୍ଥିର ରହି ଦର ହ୍ରାସ ହେଲେ କ’ଣ ହୁଏ? (What happens if other determinants of demand remain constant and the price decreases?)

A) ଚାହିଦାର ସଂକୋଚନ (Contraction of demand)
B) ଚାହିଦାର ସମ୍ପ୍ରସାରଣ (Expansion of demand)
C) ଚାହିଦାରେ ହ୍ରାସ (Decrease in demand)
D) ଚାହିଦାରେ ବୃଦ୍ଧି (Increase in demand)

49. ଉପଭୋକ୍ତାର ରୁଚି ଓ ଆଗ୍ରହ ବଢ଼ିଲେ ଚାହିଦା ରେଖା କେଉଁଆଡ଼କୁ ସ୍ଥାନାନ୍ତରିତ ହୁଏ? (If consumer's taste and preference increase, towards which side does the demand curve shift?)

A) ବାମକୁ (To the left)
B) ଡାହାଣକୁ (To the right)
C) ଉପରକୁ (Upwards)
D) ନିମ୍ନକୁ (Downwards)

50. ଦ୍ରବ୍ୟର ଦରରେ ପରିବର୍ତ୍ତନ ଘଟିଲେ ଚାହିଦାର ପରିମାଣରେ ପରିବର୍ତ୍ତନର ମାତ୍ରାକୁ କ’ଣ କୁହାଯାଏ? (What is the degree of change in quantity demanded due to a change in the price of a good called?)

A) ଚାହିଦା ସୂତ୍ର (Law of demand)
B) ଚାହିଦାର ଦର ସ୍ଥିତିସ୍ଥାପକତା (Price elasticity of demand)
C) ବ୍ୟୁତ୍ପନ୍ନ ଚାହିଦା (Derived demand)
D) ମିଶ୍ରିତ ଚାହିଦା (Composite demand)

51. ଚାହିଦାର ଦର ସ୍ଥିତିସ୍ଥାପକତା ସାଧାରଣତଃ କିପରି ହୋଇଥାଏ? (How is price elasticity of demand generally?)

A) ଧନାତ୍ମକ (Positive)
B) ଋଣାତ୍ମକ (Negative)
C) ଶୂନ୍ୟ (Zero)
D) ଅସୀମ (Infinite)

52. ଦରରେ ପରିବର୍ତ୍ତନ ହେଲେ ଚାହିଦାର ପରିମାଣରେ ଆଦୌ ପରିବର୍ତ୍ତନ ନ ଘଟିଲେ ତାହା କେଉଁ ଚାହିଦା? (If there is no change at all in the quantity demanded when price changes, what is that demand called?)

A) ଅପେକ୍ଷାକୃତ ସ୍ଥିତିସ୍ଥାପକ (Relatively elastic)
B) ଏକକ ସ୍ଥିତିସ୍ଥାପକ (Unitary elastic)
C) ସମ୍ପୂର୍ଣ ଅସ୍ଥିତିସ୍ଥାପକ (Perfectly inelastic)
D) ସମ୍ପୂର୍ଣ ସ୍ଥିତିସ୍ଥାପକ (Perfectly elastic)

53. ସମ୍ପୂର୍ଣ ଅସ୍ଥିତିସ୍ଥାପକ ଚାହିଦା କ୍ଷେତ୍ରରେ $E_d$ ର ମୂଲ୍ୟ କେତେ? (In the case of perfectly inelastic demand, what is the value of $E_d$?)

A) 1
B) 0
C) ଅସୀମ (Infinite)
D) 1 ରୁ କମ୍ (Less than 1)

54. ଦରରେ କୌଣସି ପରିବର୍ତ୍ତନ ନ ଘଟିଲେ ମଧ୍ୟ ଚାହିଦା ପରିମାଣ ଅସୀମ ପରିବର୍ତ୍ତନ ଘଟିଲେ $E_d$ ର ମୂଲ୍ୟ କେତେ? (If there is no change in price, but the quantity demanded changes infinitely, what is the value of $E_d$?)

A) 0
B) 1
C) ଅସୀମ (Infinite)
D) 1 ରୁ ଅଧିକ (Greater than 1)

55. ଅପେକ୍ଷାକୃତ ସ୍ଥିତିସ୍ଥାପକ ଚାହିଦା କ୍ଷେତ୍ରରେ $E_d$ ର ମୂଲ୍ୟ କେତେ? (In the case of relatively elastic demand, what is the value of $E_d$?)

A) 0
B) 1 ରୁ କମ୍ (Less than 1)
C) 1
D) 1 ରୁ ଅଧିକ (Greater than 1)

56. ଏକକ ସ୍ଥିତିସ୍ଥାପକ ଚାହିଦା କ୍ଷେତ୍ରରେ ଚାହିଦା ରେଖାର ଆକାର କିପରି ହୋଇଥାଏ? (In the case of unitary elastic demand, what is the shape of the demand curve?)

A) ସରଳ ରେଖା (Straight line)
B) ନିମ୍ନଗାମୀ ଢାଲୁ (Downward sloping)
C) ଆୟତାକାର ଅତିପରବଳୟ (Rectangular hyperbola)
D) ଭଲମ୍ବ (Vertical)

57. ଚାହିଦାର ଦର ସ୍ଥିତିସ୍ଥାପକତାର ପରିମାପ ପାଇଁ କେତୋଟି ପଦ୍ଧତି ଅଛି? (How many methods are there for measuring price elasticity of demand?)

A) 1
B) 2
C) 3
D) 4

58. ଅପେକ୍ଷାକୃତ ସ୍ଥିତିସ୍ଥାପକ ଚାହିଦା କ୍ଷେତ୍ରରେ ଦର ହ୍ରାସ ହେଲେ ମୋଟ ବ୍ୟୟର କ’ଣ ହୁଏ? (In the case of relatively elastic demand, what happens to total expenditure if price decreases?)

A) ହ୍ରାସ ପାଏ (Decreases)
B) ଅପରିବର୍ତ୍ତିତ ରହେ (Remains unchanged)
C) ବୃଦ୍ଧି ପାଏ (Increases)
D) ଶୂନ୍ୟ ହୁଏ (Becomes zero)

59. ଅପେକ୍ଷାକୃତ ଅସ୍ଥିତିସ୍ଥାପକ ଚାହିଦା କ୍ଷେତ୍ରରେ ଦର ହ୍ରାସ ହେଲେ ମୋଟ ବ୍ୟୟର କ’ଣ ହୁଏ? (In the case of relatively inelastic demand, what happens to total expenditure if price decreases?)

A) ହ୍ରାସ ପାଏ (Decreases)
B) ଅପରିବର୍ତ୍ତିତ ରହେ (Remains unchanged)
C) ବୃଦ୍ଧି ପାଏ (Increases)
D) ସ୍ଥିର (Constant)

60. ଏକକ ସ୍ଥିତିସ୍ଥାପକ ଚାହିଦା କ୍ଷେତ୍ରରେ ଦର ପରିବର୍ତ୍ତନ ଯୋଗୁଁ ମୋଟ ବ୍ୟୟର କ’ଣ ହୁଏ? (In the case of unitary elastic demand, what happens to total expenditure due to price change?)

A) ବୃଦ୍ଧି ଘଟେ (Increases)
B) ହ୍ରାସ ଘଟେ (Decreases)
C) ଅପରିବର୍ତ୍ତିତ ରହେ (Remains unchanged)
D) ଶୂନ୍ୟ ହୁଏ (Becomes zero)

61. ଲୁଣର ବିକଳ୍ପ ନ ଥିବାରୁ ଚାହିଦା କିପରି ହୋଇଥାଏ? (Since there are no substitutes for salt, how is its demand?)

A) ସ୍ଥିତିସ୍ଥାପକ (Elastic)
B) ଅସ୍ଥିତିସ୍ଥାପକ (Inelastic)
C) ଏକକ ସ୍ଥିତିସ୍ଥାପକ (Unitary elastic)
D) ସମ୍ପୂର୍ଣ ସ୍ଥିତିସ୍ଥାପକ (Perfectly elastic)

62. ଯେଉଁ ଦ୍ରବ୍ୟରେ ଆୟର କ୍ଷୁଦ୍ର ଅଂଶ ବ୍ୟୟ କରାଯାଏ, ତାହାର ଚାହିଦା କିପରି ହୁଏ? (For goods on which a small portion of income is spent, how is their demand?)

A) ସ୍ଥିତିସ୍ଥାପକ (Elastic)
B) ଅସ୍ଥିତିସ୍ଥାପକ (Inelastic)
C) ଅଧିକ ସ୍ଥିତିସ୍ଥାପକ (More elastic)
D) ଅସୀମ ସ୍ଥିତିସ୍ଥାପକ (Infinitely elastic)

63. ବିଜୁଳି ଶକ୍ତି ଭଳି ନାନାବିଧ ବ୍ୟବହାରଥିବା ଦ୍ରବ୍ୟର ଚାହିଦା କିପରି ହେବ? (How will the demand for a good with multiple uses, like electricity, be?)

A) ଅସ୍ଥିତିସ୍ଥାପକ (Inelastic)
B) ଅପେକ୍ଷାକୃତ ସ୍ଥିତିସ୍ଥାପକ (Relatively elastic)
C) ଏକକ ସ୍ଥିତିସ୍ଥାପକ (Unitary elastic)
D) ଶୂନ୍ୟ ସ୍ଥିତିସ୍ଥାପକ (Zero elastic)

64. ଅତ୍ୟାବଶ୍ୟକ ଦ୍ରବ୍ୟର ଚାହିଦା ସାଧାରଣତଃ କିପରି ହୋଇଥାଏ? (How is the demand for essential goods generally?)

A) ସ୍ଥିତିସ୍ଥାପକ (Elastic)
B) ଅସ୍ଥିତିସ୍ଥାପକ (Inelastic)
C) ଅଧିକ ସ୍ଥିତିସ୍ଥାପକ (More elastic)
D) ଶୂନ୍ୟ (Zero)

65. କ୍ଷେତ୍ରରେ ଉପଭୋଗ ପ୍ରକ୍ରିୟା ଦୀର୍ଘଦିନ ଧରି ଚାଲିପାରେ? (In which case can the consumption process continue for a long time?)

A) ରସଗୋଲା (Rasgulla)
B) ରୁଟି (Bread)
C) ଟେଲିଭିଜନ୍ ସେଟ୍ (Television set)
D) ଔଷଧ (Medicine)

66. ମୋଟ ଉପଯୋଗିତା ସର୍ବାଧିକ ହୁଏ ଯେତେବେଳେ ସୀମାନ୍ତ ଉପଯୋଗିତା କେତେ ହୁଏ? (Total utility is maximum when marginal utility is what?)

A) ଧନାତ୍ମକ (Positive)
B) ଋଣାତ୍ମକ (Negative)
C) ଶୂନ୍ୟ (Zero)
D) ଅସୀମ (Infinite)

67. ମୂଲ୍ୟର ବିରୋଧାଭାସ ସମସ୍ୟାର ସମାଧାନ କେଉଁ ସୂତ୍ର ଦ୍ୱାରା କରାଯାଏ? (Which law helps resolve the paradox of value problem?)

A) ଚାହିଦା ସୂତ୍ର (Law of demand)
B) ଯୋଗାଣ ସୂତ୍ର (Law of supply)
C) କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର (Law of diminishing marginal utility)
D) ସମସୀମାନ୍ତ ଉପଯୋଗିତା ସୂତ୍ର (Law of equi-marginal utility)

68. କେଉଁ ସୂତ୍ର ରାଷ୍ଟ୍ରବିତ୍ତରେ ପ୍ରଗାମୀକର ବ୍ୟବସ୍ଥାକୁ ପ୍ରତିପାଦନ କରେ? (Which law supports the progressive taxation system in public finance?)

A) ସମସୀମାନ୍ତ ଉପଯୋଗିତା ସୂତ୍ର (Law of equi-marginal utility)
B) ଚାହିଦା ସୂତ୍ର (Law of demand)
C) କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର (Law of diminishing marginal utility)
D) ଯୋଗାଣ ସୂତ୍ର (Law of supply)

69. ସମସୀମାନ୍ତ ଉପଯୋଗିତା ସୂତ୍ରକୁ କେଉଁ ନିୟମ ମଧ୍ୟ କୁହାଯାଏ? (Which law is also known as the Law of Equi-Marginal Utility?)

A) ବିପରୀତ ନିୟମ (Inverse Law)
B) ସମାନୁପାତିକ ନିୟମ (Proportional Law)
C) ଅନୁପାତ ନିୟମ (Ratio Law)
D) କ୍ରମହ୍ରାସ ନିୟମ (Diminishing Law)

70. ଉପଭୋଗ କ୍ଷେତ୍ରରେ 'MU = P' କେଉଁ ଅବସ୍ଥାକୁ ଦର୍ଶାଇଥାଏ? (In consumption, what state does 'MU = P' indicate?)

A) ସର୍ବାଧିକ ଉପଯୋଗିତା (Maximum utility)
B) ଉପଭୋକ୍ତା ସନ୍ତୁଳନ (Consumer equilibrium)
C) କମ ପରିତୃପ୍ତି (Less satisfaction)
D) ଉଭୟ (କ) ଏବଂ (ଖ) (Both (A) and (B))

71. ଦର ହ୍ରାସ ହେଲେ ଦ୍ରବ୍ୟ କ୍ରୟ ପାଇଁ ଅଧିକ କ୍ଷମତାକୁ କ’ଣ କୁହାଯାଏ? (What is the increased purchasing power for a good when its price decreases called?)

A) ବିକଳ୍ପ ପ୍ରଭାବ (Substitution effect)
B) ଆୟ ପ୍ରଭାବ (Income effect)
C) ପ୍ରତିସ୍ଥାପନ ପ୍ରଭାବ (Substitution effect)
D) ଉପଭୋଗ ପ୍ରଭାବ (Consumption effect)

72. ଗିଫେନ୍ ଦ୍ରବ୍ୟ କେଉଁ ପ୍ରକାର ଦ୍ରବ୍ୟର ଏକ ଉଦାହରଣ? (Giffen good is an example of what type of good?)

A) ଉନ୍ନତ ଦ୍ରବ୍ୟ (Superior good)
B) ଅତ୍ୟାବଶ୍ୟକ ଦ୍ରବ୍ୟ (Essential good)
C) ନିକୃଷ୍ଟ ଦ୍ରବ୍ୟ (Inferior good)
D) ବିଳାସ ଦ୍ରବ୍ୟ (Luxury good)

73. ମୋଟ ଉପଯୋଗିତା ବୃଦ୍ଧି ପାଏ ଯେତେବେଳେ ସୀମାନ୍ତ ଉପଯୋଗିତା କିପରି ଥାଏ? (Total utility increases when marginal utility is what?)

A) ଋଣାତ୍ମକ (Negative)
B) ଶୂନ୍ୟ (Zero)
C) ଧନାତ୍ମକ (Positive)
D) ସର୍ବାଧିକ (Maximum)

74. କେଉଁଟି ଚାହିଦାର ନିର୍ଣ୍ଣାୟକ ନୁହେଁ? (Which is not a determinant of demand?)

A) ଉତ୍ପାଦନ ଖର୍ଚ୍ଚ (Cost of production)
B) ଉପଭୋକ୍ତାର ଆୟ (Consumer's income)
C) ଦ୍ରବ୍ୟର ଦର (Price of the good)
D) ସମ୍ବନ୍ଧିତ ଦ୍ରବ୍ୟର ଦର (Price of related goods)

75. ଦର ଓ ଚାହିଦା ମଧ୍ୟରେ ଥିବା ବିପରୀତ ସମ୍ପର୍କ କେଉଁ ସୂତ୍ର ଦ୍ୱାରା ପ୍ରକାଶିତ? (The inverse relationship between price and demand is expressed by which law?)

A) ଯୋଗାଣ ସୂତ୍ର (Law of supply)
B) ଉପଯୋଗିତା ସୂତ୍ର (Law of utility)
C) ଚାହିଦା ସୂତ୍ର (Law of demand)
D) ଆୟ ସୂତ୍ର (Law of income)

76. ଚାହିଦା ରେଖାରେ ଗତି ଦ୍ୱାରା କେଉଁ ପରିବର୍ତ୍ତନକୁ ବୁଝାଯାଏ? (What change is indicated by a movement along the demand curve?)

A) ଚାହିଦାରେ ପରିବର୍ତ୍ତନ (Change in demand)
B) ଚାହିଦା ପରିମାଣରେ ପରିବର୍ତ୍ତନ (Change in quantity demanded)
C) ଚାହିଦାର ବୃଦ୍ଧି (Increase in demand)
D) ଚାହିଦାର ହ୍ରାସ (Decrease in demand)

77. ଚାହିଦାରେ ବୃଦ୍ଧି ବା ହ୍ରାସ କେଉଁ ପରିବର୍ତ୍ତନର ଫଳାଫଳ? (An increase or decrease in demand is the result of what change?)

A) ଚାହିଦା ପରିମାଣର ପରିବର୍ତ୍ତନ (Change in quantity demanded)
B) ଚାହିଦା ରେଖାରେ ଗତି (Movement along the demand curve)
C) ଚାହିଦାରେ ପରିବର୍ତ୍ତନ (Change in demand)
D) ଦରରେ ପରିବର୍ତ୍ତନ (Change in price)

78. ଚାହିଦାର ଦର ସ୍ଥିତିସ୍ଥାପକତାରେ ପ୍ରତିଶତ ପରିବର୍ତ୍ତନର ଆକଳନ କେଉଁ ପଦ୍ଧତିରେ କରାଯାଏ? (In which method is the percentage change in price elasticity of demand calculated?)

A) ମୋଟ ବ୍ୟୟ ପଦ୍ଧତି (Total expenditure method)
B) ବିନ୍ଦୁ ପଦ୍ଧତି (Point method)
C) ପ୍ରତିଶତ ପଦ୍ଧତି (Percentage method)
D) ଗାଣିତିକ ପଦ୍ଧତି (Mathematical method)

79. ଯେଉଁ ଦ୍ରବ୍ୟର ଉପଭୋଗ ଅଭ୍ୟାସଗତ ହୋଇଗଲେ, ତାହାର ଚାହିଦା କିପରି ହୁଏ? (If the consumption of a good becomes habitual, how is its demand?)

A) ସ୍ଥିତିସ୍ଥାପକ (Elastic)
B) ଅସ୍ଥିତିସ୍ଥାପକ (Inelastic)
C) ଅଧିକ ସ୍ଥିତିସ୍ଥାପକ (More elastic)
D) ସମ୍ପୂର୍ଣ ସ୍ଥିତିସ୍ଥାପକ (Perfectly elastic)

80. ଉପଭୋଗ କହିଲେ ଦ୍ରବ୍ୟ ସନ୍ନିହିତ ଉପଯୋଗିତାର କ’ଣ? (Consumption refers to what of the inherent utility of a good?)

A) ସୃଷ୍ଟି (Creation)
B) ବିନାଶ (Destruction)
C) ଆବଣ୍ଟନ (Distribution)
D) ବିନିମୟ (Exchange)

81. କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରକୁ ବ୍ୟାଖ୍ୟା କରିବା ପାଇଁ ଉପଭୋଗ କରାଯାଉଥିବା ଦ୍ରବ୍ୟର ଏକକ କିପରି ହେବା ଅପରିହାର୍ଯ୍ୟ? (To explain the law of diminishing marginal utility, how must the units of the good being consumed be?)

A) ନିରବଚ୍ଛିନ୍ନ (Continuous)
B) ସମଜାତୀୟ (Homogeneous)
C) ଯଥାଯୋଗ୍ୟ ଆକାର (Reasonable size)
D) ଉପରଲିଖିତ ସମସ୍ତ (All of the above)

82. ଚାହିଦା ଫଳନରେ 'Y' କାହାକୁ ସୂଚାଏ? (In the demand function, what does 'Y' denote?)

A) ଦ୍ରବ୍ୟର ଦର (Price of the good)
B) ଉପଭୋକ୍ତାର ରୁଚି (Consumer's taste)
C) ଉପଭୋକ୍ତାର ଆୟ (Consumer's income)
D) ସମ୍ବନ୍ଧିତ ଦ୍ରବ୍ୟର ଦର (Price of related goods)

83. ସମ୍ପୂର୍ଣ ଅସ୍ଥିତିସ୍ଥାପକ ଚାହିଦା ରେଖାର ଆକାର କିପରି ହୁଏ? (What is the shape of a perfectly inelastic demand curve?)

A) ଆନୁଭୂମିକ ସରଳରେଖା (Horizontal straight line)
B) X-ଅକ୍ଷ ସହ ସମାନ୍ତରାଳ (Parallel to the X-axis)
C) ଉଲମ୍ବ ସରଳରେଖା (Vertical straight line)
D) ଉର୍ଦ୍ଧ୍ୱଗାମୀ (Upward sloping)

84. ଆଳୁ ଓ ପିଆଜର ଦର ସ୍ଥିର ଥିଲାବେଳେ କେଉଁଠି ଦରରେ ପରିବର୍ତ୍ତନ ହେଲେ ଚାହିଦା ରେଖାର ସ୍ଥାନଚ୍ୟୁତି ହେବ? (When the prices of potatoes and onions remain constant, a change in price of what will cause a shift in the demand curve?)

A) କେବଳ ଆଳୁର ଦର (Only price of potato)
B) କେବଳ ପିଆଜର ଦର (Only price of onion)
C) ଉପଭୋକ୍ତାର ରୁଚି (Consumer's taste)
D) କୌଣସିଟି ନୁହେଁ (None of these)

85. ସମସୀମାନ୍ତ ଉପଯୋଗିତା ସୂତ୍ରର ବ୍ୟତିକ୍ରମ କେଉଁ କ୍ଷେତ୍ରରେ ଦେଖାଯାଏ? (In which case is an exception to the Law of Equi-Marginal Utility observed?)

A) ମୁଦ୍ରାର ସୀମାନ୍ତ ଉପଯୋଗିତା ସ୍ଥିର ନ ରହିଲେ (If marginal utility of money does not remain constant)
B) ଦ୍ରବ୍ୟ ବିଭାଜ୍ୟ ହେଲେ (If goods are divisible)
C) ଉପଭୋକ୍ତା ବିବେକୀ ହେଲେ (If consumer is rational)
D) ସମସ୍ତ ଦ୍ରବ୍ୟର ଦର ସ୍ଥିର ରହିଲେ (If prices of all goods remain constant)

86. ଯଦି ପ୍ରତିସ୍ଥାପନକ୍ଷମ ଦ୍ରବ୍ୟର ଦର ବୃଦ୍ଧି ପାଏ, ମୂଳ ଦ୍ରବ୍ୟର ଚାହିଦା କ’ଣ ହୁଏ? (If the price of a substitute good increases, what happens to the demand for the original good?)

A) ହ୍ରାସ ପାଏ (Decreases)
B) ବୃଦ୍ଧି ପାଏ (Increases)
C) ସ୍ଥିର ରହେ (Remains constant)
D) ଶୂନ୍ୟ ହୁଏ (Becomes zero)

87. ଯଦି ପରିପୂରକ ଦ୍ରବ୍ୟର ଦର ହ୍ରାସ ପାଏ, ମୂଳ ଦ୍ରବ୍ୟର ଚାହିଦା କ’ଣ ହୁଏ? (If the price of a complementary good decreases, what happens to the demand for the original good?)

A) ହ୍ରାସ ପାଏ (Decreases)
B) ବୃଦ୍ଧି ପାଏ (Increases)
C) ସ୍ଥିର ରହେ (Remains constant)
D) ଅସ୍ଥିର ହୁଏ (Becomes unstable)

88. ଚାହିଦାରେ ସମ୍ପ୍ରସାରଣ ହେଲେ ଉପଭୋକ୍ତା ଚାହିଦା ରେଖାରେ କେଉଁଆଡ଼କୁ ଗତି କରେ? (If there is an expansion in demand, in which direction does the consumer move on the demand curve?)

A) ନିମ୍ନକୁ (Downwards)
B) ଉର୍ଦ୍ଧ୍ୱକୁ (Upwards)
C) ବାମକୁ (To the left)
D) ଡାହାଣକୁ (To the right)

89. ଚାହିଦାରେ ସଂକୋଚନ ହେଲେ ଉପଭୋକ୍ତା ଚାହିଦା ରେଖାରେ କେଉଁଆଡ଼କୁ ଗତି କରେ? (If there is a contraction in demand, in which direction does the consumer move on the demand curve?)

A) ନିମ୍ନକୁ (Downwards)
B) ଉର୍ଦ୍ଧ୍ୱକୁ (Upwards)
C) ବାମକୁ (To the left)
D) ଡାହାଣକୁ (To the right)

90. ଚାହିଦାରେ ବୃଦ୍ଧି ହେଲେ ଚାହିଦା ରେଖା କେଉଁଆଡ଼କୁ ସ୍ଥାନାନ୍ତରିତ ହୁଏ? (If there is an increase in demand, in which direction does the demand curve shift?)

A) ବାମକୁ (To the left)
B) ଡାହାଣକୁ (To the right)
C) ଉପରକୁ (Upwards)
D) ତଳକୁ (Downwards)

91. ଚାହିଦାରେ ହ୍ରାସ ହେଲେ ଚାହିଦା ରେଖା କେଉଁଆଡ଼କୁ ସ୍ଥାନାନ୍ତରିତ ହୁଏ? (If there is a decrease in demand, in which direction does the demand curve shift?)

A) ବାମକୁ (To the left)
B) ଡାହାଣକୁ (To the right)
C) ଉପରକୁ (Upwards)
D) ତଳକୁ (Downwards)

92. ଯେତେବେଳେ ଚାହିଦା ସ୍ଥିତିସ୍ଥାପକତା 1 ଠାରୁ କମ୍ ହୁଏ, ତାହାକୁ କେଉଁ ଚାହିଦା କୁହାଯାଏ? (When price elasticity of demand is less than 1, what is it called?)

A) ସ୍ଥିତିସ୍ଥାପକ (Elastic)
B) ଅସ୍ଥିତିସ୍ଥାପକ (Inelastic)
C) ଏକକ (Unitary)
D) ସମ୍ପୂର୍ଣ (Perfect)

93. ଧନୀ ଲୋକ କ୍ଷେତ୍ରରେ ମୁଦ୍ରାର ସୀମାନ୍ତ ଉପଯୋଗିତା କିପରି ଥାଏ? (How is the marginal utility of money for rich people?)

A) ଅଧିକ (More)
B) କମ (Less)
C) ସର୍ବାଧିକ (Maximum)
D) ଶୂନ୍ୟ (Zero)

94. କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରର ବ୍ୟତିକ୍ରମ କିଏ? (Who is an exception to the law of diminishing marginal utility?)

A) ସ୍ଵାଭାବିକ ବ୍ୟକ୍ତି (Normal person)
B) କୃପଣ (Miser)
C) ବିବେକୀ ଉପଭୋକ୍ତା (Rational consumer)
D) କ୍ଷୁଧାର୍ତ୍ତ ବ୍ୟକ୍ତି (Hungry person)

95. ସୀମାନ୍ତ ଉପଯୋଗିତା ଓ ମୋଟ ଉପଯୋଗିତା କେବେ ସମାନ ହୋଇଥାଏ? (When are marginal utility and total utility equal?)

A) ଶେଷ ଏକକରେ (At the last unit)
B) ଦ୍ଵିତୀୟ ଏକକରେ (At the second unit)
C) ପ୍ରଥମ ଏକକରେ (At the first unit)
D) ଷଷ୍ଠ ଏକକରେ (At the sixth unit)

96. ମୁଦ୍ରା କ୍ଷେତ୍ରରେ ସୀମାନ୍ତ ଉପଯୋଗିତା କେବେହେଲେ କେଉଁଠାରେ ଉପନୀତ ହୁଏ ନାହିଁ? (In the case of money, marginal utility never reaches where?)

A) ଶୂନ୍ୟ (Zero)
B) ଧନାତ୍ମକ (Positive)
C) ଋଣାତ୍ମକ (Negative)
D) ଅସୀମ (Infinite)

97. ଜନସଂଖ୍ୟାର ବୃଦ୍ଧି ଘଟିଲେ ସବୁ ପ୍ରକାର ଦ୍ରବ୍ୟର ଚାହିଦା କ’ଣ ହୁଏ? (If the population increases, what happens to the demand for all types of goods?)

A) ହ୍ରାସ ପାଏ (Decreases)
B) ସ୍ଥିର ରହେ (Remains constant)
C) ବୃଦ୍ଧି ପାଏ (Increases)
D) ଅପରିବର୍ତ୍ତିତ (Unchanged)

98. ଯେଉଁ ଚାହିଦା ସୂତ୍ରରେ ଅନ୍ୟାନ୍ୟ ଉପାଦାନ ଅପରିବର୍ତ୍ତିତ ରହିବା ସର୍ତ୍ତ ଥାଏ, ତାହାକୁ କ’ଣ କୁହାଯାଏ? (What is the condition called in the law of demand where other factors remain unchanged?)

A) ପ୍ରତିଯୋଗୀ (Competitive)
B) Ceteris Paribus
C) ପ୍ରତିସ୍ଥାପନ (Substitution)
D) ସମସୀମାନ୍ତ (Equi-marginal)

99. ଦୀର୍ଘକାଳରେ ଚାହିଦା କିପରି ହୋଇଥାଏ? (How is demand in the long run?)

A) ଅସ୍ଥିତିସ୍ଥାପକ (Inelastic)
B) ସ୍ଥିତିସ୍ଥାପକ (Elastic)
C) ଏକକ ସ୍ଥିତିସ୍ଥାପକ (Unitary elastic)
D) ସମ୍ପୂର୍ଣ ଅସ୍ଥିତିସ୍ଥାପକ (Perfectly inelastic)

100. ଯୁଗ୍ମଭଙ୍ଗା ବିନ୍ଦୁ ପୂର୍ବରୁ ଉପଭୋଗ ବ୍ୟୟ ଆୟଠାରୁ କିପରି ଥାଏ? (Before the break-even point, how is consumption expenditure in relation to income?)

A) ନ୍ୟୁନ (Less)
B) ଅଧିକ (More)
C) ସମାନ (Equal)
D) ଶୂନ୍ୟ (Zero)