Skip to main content

2 mark

Questions and Answers
+2 2nd year Subject - History Chapter 2(a) ସିନ୍ଧୁ ସଭ୍ୟତା / ହରପ୍‌ପା ସଭ୍ୟତା

Important Questions and Answers

୧. ହରପ୍‌ପା ଓ ମହେଞ୍ଜୋଦାରୋ ସଭ୍ୟତା କେବେ ଆବିଷ୍କାର ହେଲା?
Answer: ହରପ୍‌ପା ଓ ମହେଞ୍ଜୋଦାରୋ ସଂସ୍କୃତିର ଅବଶେଷ ୧୯୨୧-୨୨ ମସିହାରେ ଖନନ ପରେ ଆବିଷ୍କୃତ ହୋଇଥିଲା। ଏହି ଆବିଷ୍କାର ପରେ ଭାରତୀୟ ସାଂସ୍କୃତିକ ଇତିହାସକୁ ଏକ ସ୍ୱତନ୍ତ୍ର ପରିଚୟ ମିଳିଥିଲା।
୨. ହରପ୍‌ପା ଓ ମହେଞ୍ଜୋଦାରୋ ଖନନ କାର୍ଯ୍ୟ କିଏ ଆରମ୍ଭ କରିଥିଲେ?
Answer: ୧୯୨୧ ମସିହାରେ ଦୟାରାମ ସାହାଣୀ ହରପ୍‌ପାଠାରେ ଖନନ ଆରମ୍ଭ କରିଥିଲେ। ୧୯୨୧-୨୨ ବେଳକୁ ରାଖାଲଦାସ ବାନାର୍ଜୀ ମହେଞ୍ଜୋଦାରୋଠାରେ ଖନନ କାର୍ଯ୍ୟ ଆରମ୍ଭ କରିଥିଲେ।
୩. ଏହି ସଭ୍ୟତାକୁ ପ୍ରଥମେ କେଉଁ ନାମରେ ଡକାଯାଉଥିଲା?
Answer: ପ୍ରଥମେ ସାର୍ ଜନ୍ ମାର୍ଶାଲ ଏହି ସଭ୍ୟତାକୁ 'ସିନ୍ଧୁସଭ୍ୟତା' ବୋଲି ନାମ ଦେଇଥିଲେ। ଭାରତ ସ୍ଵାଧୀନ ହେବା ପରେ ଏହା 'ହରପ୍‌ପା ସଭ୍ୟତା' ନାମରେ ପରିଚିତ ହେଲା।
୪. ହରପ୍‌ପା ସଭ୍ୟତାର ଉତ୍କୃଷ୍ଟ ସମୟ କେବେ ଥିଲା?
Answer: ବିଶେଷ ପରୀକ୍ଷାରୁ ଜଣାପଡ଼ିଛି ଯେ ହରପ୍‌ପା ସଭ୍ୟତାର ସବୁଠାରୁ ଭଲ ସମୟ ଥିଲା ଖ୍ରୀଷ୍ଟପୂର୍ବ ୨୬୦୦ ରୁ ଖ୍ରୀଷ୍ଟପୂର୍ବ ୧୯୦୦ ମଧ୍ୟରେ। ଏହି ସଭ୍ୟତା ଖ୍ରୀଷ୍ଟପୂର୍ବ ୧୩୦୦ ବେଳକୁ ଧୀରେ ଧୀରେ ଶେଷ ହୋଇଥିଲା।
୫. ହରପ୍‌ପା ସଭ୍ୟତା କେଉଁଠାରୁ କେଉଁ ପର୍ଯ୍ୟନ୍ତ ଲମ୍ବିଥିଲା?
Answer: ଏହି ସଭ୍ୟତା ପାକିସ୍ଥାନର କିଛି ଅଞ୍ଚଳ ଏବଂ ଭାରତର ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଗୁଜୁରାଟ ପର୍ଯ୍ୟନ୍ତ ବ୍ୟାପିଥିଲା। ଏହା ପ୍ରାୟ ୧୨,୫୦,୦୦୦ ବର୍ଗ କିଲୋମିଟର ଅଞ୍ଚଳରେ ଥିଲା।
୬. ହରପ୍‌ପା ନଗର ପରିକଳ୍ପନାର ଦୁଇଟି ମୁଖ୍ୟ ଅଂଶ କ’ଣ ଥିଲା?
Answer: ସହରଟି ମୁଖ୍ୟତଃ ଦୁଇ ଭାଗରେ ବଣ୍ଟା ହୋଇଥିଲା: ଦୁର୍ଗ ଅଞ୍ଚଳନିମ୍ନ ସହର। ଦୁର୍ଗ ଅଞ୍ଚଳ ଉଚ୍ଚ ମଞ୍ଚ ଉପରେ ତିଆରି ହୋଇ ବନ୍ୟାପାଣିରୁ ସହରକୁ ରକ୍ଷା କରୁଥିଲା।
୭. ମହେଞ୍ଜୋଦାରୋର ବୃହତ୍ ସ୍ନାନାଗାର ସମ୍ପର୍କରେ ଲେଖ।
Answer: ବୃହତ୍ ସ୍ନାନାଗାର ଦୁର୍ଗ ଅଞ୍ଚଳରେ ଥିଲା ଏବଂ ଏହାର ଲମ୍ବା ୧୨ ମିଟର ଓ ଓସାର ୭ ମିଟର ଥିଲା। ଏହି ସ୍ନାନାଗାରରେ ପାଣି ପୂରାଇବା ଓ ବାହାର କରିବାର ଉତ୍ତମ ବ୍ୟବସ୍ଥା ଥିଲା।
୮. ହରପ୍‌ପା ସଭ୍ୟତାରେ ରାସ୍ତା କିପରି ତିଆରି ହେଉଥିଲା?
Answer: ରାସ୍ତାଗୁଡ଼ିକ ଏପରି ଯୋଜନାରେ ତିଆରି ହୋଇଥିଲା ଯେ, ସେଗୁଡ଼ିକ ପରସ୍ପରକୁ ସିଧାକୋଣରେ (୯୦ ଡିଗ୍ରୀ) କାଟୁଥିଲେ। ମୁଖ୍ୟ ରାସ୍ତାର ଓସାର ପ୍ରାୟ ୧୦ ମିଟରରୁ ଅଧିକ ଥିଲା।
୯. ନର୍ଦ୍ଦମାଜଳ ନିଷ୍କାସନ ବ୍ୟବସ୍ଥା କିପରି ଥିଲା?
Answer: ପ୍ରତ୍ୟେକ ଘରର ପାଣି ବାହାରିବା ପାଇଁ ଅଲଗା ନାଳ ତିଆରି ହୋଇଥିଲା। ଏହି ନାଳଗୁଡ଼ିକ ବାହାରେ ଥିବା ମୁଖ୍ୟ ନର୍ଦ୍ଦମା ସହ ମିଶୁଥିଲା, ଯାହା ପଥରରେ ଘୋଡ଼ାଇ ହୋଇ ରହୁଥିଲା।
୧୦. ହରପ୍‌ପା ଲୋକମାନେ ଘର ତିଆରିରେ କେଉଁ ଇଟା ବ୍ୟବହାର କରୁଥିଲେ?
Answer: ଘର ଏବଂ ନାଳ ତିଆରି କରିବାରେ ସେମାନେ ମୁଖ୍ୟତଃ ପୋଡ଼ା ଇଟା ବ୍ୟବହାର କରୁଥିଲେ। ଇଟାଗୁଡ଼ିକର ଆକାରର ଅନୁପାତ ପ୍ରାୟ ୧:୨:୪ ଥିଲା।
୧୧. କାଲିବଙ୍ଗାନ୍ କେଉଁଥିପାଇଁ ଜଣାଶୁଣା ଥିଲା?
Answer: କାଲିବଙ୍ଗାନ୍ ରାଜସ୍ଥାନରେ ଅବସ୍ଥିତ ଥିଲା। ଏହି ସହରରୁ ଚାଷ କରାଯାଉଥିବା ଜମିର ପ୍ରମାଣ ମିଳିଛି, ଯାହା ହଳ କରାଯାଇଥିବାର ଚିହ୍ନ ଧରିଛି।
୧୨. ଲୋଥାଲ୍ ସହରର ମୁଖ୍ୟ ବୈଶିଷ୍ଟ୍ୟ କ’ଣ?
Answer: ଲୋଥାଲ୍ ସହର ଗୁଜୁରାଟରେ ଥିଲା ଏବଂ ଏଠାରୁ ପୋଡ଼ା ଇଟାରେ ତିଆରି ହୋଇଥିବା ଏକ ପୋତାଶ୍ରୟ (ବଡ଼ ଜାହାଜ ରଖିବା ସ୍ଥାନ) ମିଳିଛି। ଏହା ସମୁଦ୍ର ବାଣିଜ୍ୟ ପାଇଁ ବ୍ୟବହାର ହେଉଥିଲା।
୧୩. ହରପ୍‌ପା ଲୋକମାନେ କେଉଁ ଦୁଇ ପ୍ରକାରର ଫସଲ ଚାଷ କରୁଥିଲେ?
Answer: ସେମାନେ ମୁଖ୍ୟତଃ ରବି ଓ ଖରିଫ ଫସଲ ଚାଷ କରୁଥିଲେ। ସେମାନେ ଗହମ, ବାର୍ଲି ଓ କପାତୁଳା ଭଳି ମୂଲ୍ୟବାନ ଫସଲ ଉତ୍ପାଦନ କରୁଥିଲେ।
୧୪. ହରପ୍‌ପା ସଭ୍ୟତା କେଉଁ ଧାତୁ ଯୁଗର ସଭ୍ୟତା ଥିଲା?
Answer: ଏହା ବସ୍ତୁତଃ ଏକ ତାମ୍ରପ୍ରସ୍ତର ଯୁଗର ସଭ୍ୟତା ଥିଲା। ସେମାନେ ତମ୍ବା ସହିତ ଟିଣ ମିଶାଇ ବ୍ରୋଞ୍ଜ (କଂସା) ଧାତୁ ତିଆରି କରିପାରୁଥିଲେ।
୧୫. ହରପ୍‌ପା ଲୋକମାନେ କେଉଁ ଧାତୁର ବ୍ୟବହାର ଜାଣି ନ ଥିଲେ?
Answer: ହରପ୍‌ପା ସଭ୍ୟତାର ଲୋକମାନେ ତମ୍ବା, ସୁନା, ଓ ବ୍ରୋଞ୍ଜ ଆଦି ଧାତୁର ବ୍ୟବହାର ଜାଣିଥିଲେ। ମାତ୍ର ସେମାନେ ଲୁହା ଧାତୁର ବ୍ୟବହାର ଜାଣି ନ ଥିଲେ।
୧୬. ହରପ୍‌ପା ଲୋକମାନଙ୍କର ପ୍ରମୁଖ ଗୃହପାଳିତ ପଶୁ କ’ଣ ଥିଲେ?
Answer: ସେମାନେ ଗାଈ, ବଳଦ, ଛେଳି, ମେଣ୍ଢା ଏବଂ ଷଣ୍ଢ ଭଳି ପଶୁ ପାଳୁଥିଲେ। ଏହି ପଶୁମାନଙ୍କୁ ଚାଷ କାମ, ଜିନିଷପତ୍ର ବୋହିବା ଏବଂ ଖାଦ୍ୟ ପାଇଁ ବ୍ୟବହାର କରାଯାଉଥିଲା।
୧୭. ହରପ୍‌ପା ସଭ୍ୟତା କେଉଁ ଦୂର ଦେଶ ସହିତ ବାଣିଜ୍ୟ କରୁଥିଲା?
Answer: ସେମାନେ ମେସୋପୋଟାମିଆ (ବର୍ତ୍ତମାନର ଇରାକ୍) ସହିତ ଜଳପଥରେ ବାଣିଜ୍ୟ କରୁଥିଲେ। ମେସୋପୋଟାମିଆର ଲୋକେ ହରପ୍‌ପାକୁ ମେଲୁହ ବୋଲି ଡାକୁଥିଲେ।
୧୮. ହରପ୍‌ପାରେ ଓଜନ ଓ ମାପର ବ୍ୟବସ୍ଥା କିପରି ଥିଲା?
Answer: ବାଣିଜ୍ୟ ପାଇଁ ଓଜନ ଓ ମାପର ସ୍ୱତନ୍ତ୍ର ବ୍ୟବସ୍ଥା ଥିଲା। ଓଜନମପା ବଟକରାଗୁଡ଼ିକ ଚକମକି ପଥରରେ ତିଆରି ହେଉଥିଲା।
୧୯. ହରପ୍‌ପାର ଧର୍ମୀୟ ବିଶ୍ୱାସ ସମ୍ପର୍କରେ ଲେଖ।
Answer: ସେମାନେ ଟେରାକୋଟାରେ ତିଆରି ମାତୃଶକ୍ତି ମୂର୍ତ୍ତି ଓ ଯୋଗମୁଦ୍ରାରେ ଥିବା ପଶୁପତି ଶିବଙ୍କୁ ପୂଜା କରୁଥିଲେ। ବୃକ୍ଷ ପୂଜା (ଅଶ୍ୱସ୍ଥ ବୃକ୍ଷ)ର ପ୍ରମାଣ ମଧ୍ୟ ମିଳିଛି।
୨୦. ହରପ୍‌ପା ସଭ୍ୟତାର ଲିପି ସମ୍ପର୍କରେ ଲେଖ।
Answer: ହରପ୍‌ପାର ଲିପି ମୁଖ୍ୟତଃ ଡାହାଣରୁ ବାମକୁ ଲେଖାଯାଉଥିଲା। ବହୁ ଚେଷ୍ଟା ସତ୍ତ୍ୱେ ଏହି ଲିପିକୁ ଏପର୍ଯ୍ୟନ୍ତ କେହି ପଢ଼ିବାରେ ସଫଳ ହୋଇ ନାହାନ୍ତି।